ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଭୁବନେଶ୍ଵରରୁ ‘ସକାଳ’ ନାମକ ଏକ ଖବରକାଗଜ ବାହାରେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାଟୁକାରୀ କାଗଜ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟିହୋଇଛି ।
ଅବସରପ୍ରାପ୍ତ ଅଧ୍ୟାପକ ଡ. ପାବକ କାନୁନଗୋ ମୋର ଜଣେ ଏକାନ୍ତ ପ୍ରିୟ ସମ୍ପର୍କୀୟ ସାନ ଭାଇ । ଗାନ୍ଧୀବାଦୀ ପ୍ରହଲ୍ଲାଦ କୁମାର ସିଂହ ମଧ୍ୟ ମୋର ଏକାନ୍ତ ଶ୍ରଦ୍ଧାସ୍ପଦ ବନ୍ଧୁ । କିନ୍ତୁ ବିଜୁ ପଟ୍ଟନାୟକଙ୍କୁ ପ୍ରବାଦ ପୁରୁଷ ବନାଇବାରେ ଯେଉଁ ମିଥ୍ୟାଚାରୀମାନଙ୍କ ହାତ ଅଛି, ସେହିମାନଙ୍କ ସହ ଏହି ଉଭାୟେ ଏହି ‘ସକାଳ’ କାଗଜ ମାଧ୍ୟମରେ ସାମିଲ ହୋଇଥିବା ଦେଖି ମୁଁ ଆଚମ୍ବିତ ।
କାଗଜଟିର ଜାନୁୟାରୀ ୨୦ ସଂସ୍କରଣରେ ପାବକବାବୁ “ବିଜୁବାବୁଙ୍କ ସ୍ମୃତିର ଡାକୋଟା” ଶୀର୍ଷକରେ ଏକ ନିବନ୍ଧ ଲେଖିଥିବା ବେଳେ ପରଦିନର ସଂସ୍କରଣରେ ପ୍ରହଲ୍ଲାଦବାବୁ ଲେଖିଥିବା ନିବନ୍ଧର ନାମ “ସଂକଲ୍ପ, ସାଧନା ଓ ବିଜୁବାବୁଙ୍କ ଡାକୋଟା” ।
ନିଜ ନିଜ ପ୍ରବନ୍ଧରେ ଏହି ଉଭୟେ ବିଜୁଙ୍କ ଉପରେ ଏପରି କପୋଳକଳ୍ପିତ କାହାଣୀ ବାଢ଼ିଛନ୍ତି, ଯାହା ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିଆସିଥିବା କିମ୍ବଦନ୍ତୀମାନଙ୍କ ସହ ପ୍ରାୟତଃ ସମାନ । ଲୋକେ ଯେଉଁମାନଙ୍କୁ ବିଶ୍ବାସର ସହ ଚାହାନ୍ତି, କାରଣ ସେମାନେ ରାଜନୀତିରେ ନାହାନ୍ତି, ସେହିମାନେ ଯଦି ଓଡ଼ିଶାରେ ବିଜୁ ଭାଇରସ ଖେଳାଇବା ପାଇଁ କଲମ ଚାଳନା କରିବେ, ତେବେ ଓଡ଼ିଶାକୁ ନିର୍ଭୁଲ ଦିଗ୍ ଦର୍ଶନ ଦେବ କିଏ?
ସୁଖର କଥା , ଗବେଷକ ଅନୀଲ ଧୀର ଏହି ଡାକୋଟା ଉପରେ ଓଟିଭିକୁ ଏକ ସାକ୍ଷାତକାର ଦେଇ ବିଜୁଙ୍କ ଉପରେ ତିଆରି ହୋଇଚାଲିଥିବା କିମ୍ବଦନ୍ତୀ କିପରି ଭିତ୍ତିହୀନ ତାହା ଦର୍ଶାଇଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏହି ସାକ୍ଷାତକାରକୁ ଏଠାରେ ଦସ୍ତାବିଜଭୁକ୍ତ କରିବା ପାଇଁ ମୁଁ ସ୍ଥାନିତ କରୁଛି :