ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏହା ହିଁ ସତ୍ୟ ଯେ, ବ୍ୟଙ୍ଗଚିତ୍ର ଜଗତର ସୃଜନଶୀଳ ବିପ୍ଳବୀ କିଶୋର ରଥ ଆଉ ଜୀବନରେ ନାହାନ୍ତି । ଏହାଠୁ ବଳି ଦୁଃଖଦ ଖବର ଏଇକ୍ଷଣି ମୋ ପାଇଁ ଆଉ କିଛି ନାହିଁ । ସେ କେବଳ ରାଜନୈତିକ, ଅର୍ଥନୈତିକ, ସାମାଜିକ ବିଡମ୍ବନା ଉପରେ ବ୍ୟଙ୍ଗାତ୍ମକ କଟାକ୍ଷପାତ କରୁଥିଲେ, ତା ନୁହେଁ , ବିପଦକବଳିତ ମଣିଷକୁ ଆଶାଭରସାଦାୟକ ଉଦ୍ବୋଧନ ବି ଦେଉଥିଲା ତାଙ୍କ ତୁଳିକା ।
କରୋନାକବଳିତ ଜାତି ପାଇଁ ତାଙ୍କ ଏ ଚିତ୍ରଟି ଦେଇଥିବା ବାର୍ତ୍ତା ସତେ ଅବା ଅମୃତ ବରଷି ଥିଲା ।
ସେ ଜଣେ ଗଡ଼ଜାତିଆ ଥିଲେ ଓ ସେଥିପାଇଁ ସ୍ଵଭାବତଃ ବେଶ୍ ହସଖୁସିଆ ଓ ଗାଁ ରସିଆ ବି ଥିଲେ । ଖଣ୍ଡପଡ଼ା ମାଟିର ମୌଲିକ ଢୁମ୍ପା ବାଦ୍ୟକୁ ଏବ ସମାଜର ସାମ୍ନାକୁ ଆଣିବା ପାଇଁ ତାଙ୍କ ଉଦ୍ୟମ ଥିଲା ଅବିସ୍ମରଣୀୟ ।
ଗତମାସରେ ଦୂର ଦର୍ଶନ ମାଧ୍ୟମରେ ଢୁମ୍ପା ପରିବେଷଣ କରାଇ ତାହା ସେ ଫେସବୁକ ମଞ୍ଚରେ ନିଜ କାନ୍ଥରେ ସ୍ଥାପିତ କରିଥିଲେ । ସହୋଦରା ORISSA MATTERS ସେହି କାନ୍ଥରୁ ତାକୁ ଆପଣାଇଛି । ସେ କେତେ ପ୍ରଣୋଚ୍ଛଳ ଥିଲେ ଜାଣିବା ପାଇଁ ତାହା ଏଠି ଉପସ୍ଥାପିତ କରି ମୁଁ ତାଙ୍କୁ ଜଣାଉଛି ଗଭୀର ଶ୍ରଦ୍ଧାଞ୍ଜଳି ।