ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଯଦି ବିଜୟ ଲାଭ କରନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଜିତିଳେ ମଧ୍ୟ ନବୀନବାବୁ ମୁଖ୍ୟମନ୍ତ୍ରୀ ହୋଇପାରିବେନି, ହେବେ ତାଙ୍କ ବିଶ୍ଵସ୍ତ ଅମାତ୍ୟଙ୍କ ସହଧର୍ମିଣୀ ଶ୍ରୀମତୀ ପଣ୍ଡିଆନ ।
ମିସନ ଶକ୍ତିର କର୍ଣ୍ଣଧାର ଥିବା ଶ୍ରୀମତୀ ପଣ୍ଡିଆନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କ ପାଇଁ ମାର୍ଗଦର୍ଶିକା ସାଜିଛନ୍ତି । ସେହିମାନଙ୍କ ଭିତରୁ ଜଣେ ଏବେ ପରୀକ୍ଷାମୂଳକ ଭାବେ ନିର୍ବାଚନ ଲଢୁଛନ୍ତି ଧାମନଗରରେ । ସେ ଯଦି ଜିତନ୍ତି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ମଧ୍ୟରୁ ଅନ୍ୟୁନ୍ୟ ୭୫ ଜଣଙ୍କୁ ୨୦୨୪ରେ ପ୍ରାର୍ଥୀ କରାଯିବ । କେବଳ କଥାରେ ନୁହେଁ , ବାସ୍ତବରେ ବିଧାନସଭା ପ୍ରାର୍ଥୀଙ୍କ ଭିତରୁ ଅର୍ଦ୍ଧେକ ଆସନରେ ମହିଳାମାନଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରି ନବୀନବାବୁ ସାରା ଭାରତରେ ଅଦ୍ଵିତୀୟ ବୋଲି ଖ୍ଯାତି ଅର୍ଜନ କରିବେ ବୋଲି ପଣ୍ଡିଆନ ତାଙ୍କୁ ବୁଝାଇଦେବେ । ସେମାନେ ଜିତିଲା ପରେ, ସେମାନଙ୍କ ଭିତରୁ ପ୍ରତ୍ୟେକ ମହିଳା ଶ୍ରୀମତୀ ପଣ୍ଡିଆନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବେ । ଏବୟ, ସେହି ସ୍ଵତନ୍ତ୍ର ପରିସ୍ଥିତିରେ ରାଜନୀତିରୁ ଅବସର ନେବେ ନବୀନ ପଟ୍ଟନାୟକ ।
ପଣ୍ଡିଆନଙ୍କ ଗୋଟି ଚାଳନା ସେବଥୁ ଆରମ୍ଭ ହେଲାଣି ଯେବେଠୁ ସଂବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କନକ ଟିଭି ମାଧ୍ୟମରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଛକୁ ତାଙ୍କୁ ହିଁ ଓଡ଼ିଶାରେ ରହୁଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ଶକ୍ତିଶାଳୀ ବୋଲି ପ୍ରଚାର କରିବାରେ ବ୍ୟବହୃତ ହୋଇଥିଲା ।
ସେତେବେଳେ ମୁଁ ନବୀନ ପଟ୍ଟନାୟକଙ୍କୁ ସତର୍କ କରାଇଥିଲି । orissamatters.comରେ ଶୀର୍ଷକ ଥିଲା –
When CM’s PS is more powerful than the State’s CS, it is Anarchy
ସେ କର୍ଣ୍ଣପାତ କରିନଥିଲେ । ଫଳରେ ବିଜେଡି ପାଇଁ ଲଢି ଆସିଥିବା ରାଜେନ୍ଦ୍ର ଦାସ ପାର୍ଟି ପ୍ରାର୍ଥୀ ହେବା ସମ୍ଭବ ହେଲାନାହିଁ; ଶ୍ରୀମତୀ ପଣ୍ଡିଆନଙ୍କ ପରାମର୍ଶରେ କମ କରୁଥିବା ଶ୍ରୀମତୀ ଅବନ୍ତୀ ଦାସ ପ୍ରାର୍ଥିନୀ ହେଲେ ।
ଆଗାମୀ ନିର୍ବାଚନ ଯେତିକି ପାଖେଇବ, ବିଜେଡିରେ ନବୀନିୟାନ୍ ପଲ ସେତିକି କିଲିବିଲି ହୋଇଚାଲିବେ । ମିସନ ଶକ୍ତି ତାର ପ୍ରକୃତ ଶକ୍ତି ଦେଖାଇବ ।