ବେଲେ ବେଳେ ନିରୋଳାରେ ନିଜ ସହ ନିଜେ କଥାହେବା ଆବଶ୍ୟକ ।
Month: October 2020
ପୁରୁଣା କବିତା // ଅଙ୍ଗୀକାର
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ମୋର କିଛି କିଛି ପୁରୁଣା କବିତା ପୁରୁଣା କାଗଜ ବାଛିଲା ବେଳେ ନଜରକୁ ଆସୁଛି । ଭାବୁଛି ସେଗୁଡ଼ିକୁ ଏଠି ସାଇତିବାକୁ ହେବ । ତେଣୁ ଏହି ଅତ୍ୟନ୍ତ ପୁରୁଣା କବିତାଟି ଆଜି ମୋର ଏହି ନଭମଞ୍ଚରେ ସ୍ଥାନିତ କରୁଛି, ଯାହା ପ୍ରତି ଅନ୍ୟ ଜଞ୍ଜାଳରେ ବୁଡ଼ି ରହି ମୁଁ ଘୋର ଅବହେଳା ପ୍ରଦର୍ଶନ କରିଛି । ମାତୃଭୂମି ସ୍ଵାର୍ଥରେ ଆବଶ୍ୟକ ହେଲେ ଏକଲା ଚାଲିବାକୁ ଏହି କବିତାଟିରେ ମୁଁ ଯେଉଁ ପ୍ରତିଜ୍ଞା କରିଥିଲି ଆଦ୍ୟ ଯୌବନରେ ତାହା ମୁଁ ଏଯାଏଁ ପାଳନ କରି ଆସିଛି ଅଭେଦ୍ୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ । ତେଣୁ ଏହି କବିତାଟି ପାଇବା ଓ ତାକୁ ଏହି ନଭମଞ୍ଚରେ ପ୍ରକାଶ କରିବା ମୋ ପାଇଁ ଅଶେଷ ଆନନ୍ଦର କଥା ।
କବିତାଟି pdf ଶୈଳୀରେ ଅଛି । ନିମ୍ନସ୍ଥ ଶୀର୍ଷକରେ ଚାପ ଦିଅନ୍ତୁ ଓ ଏହି ଲୁପ୍ତୋଦ୍ଧାର ଉପଭୋଗ କରନ୍ତୁ ।