ଦୁଃଖଭାର

ସୁଭାଷ ଚନ୍ଦ୍ର ପଟ୍ଟନାୟକ

‘କେତେବେଳେ କେମିତି’ ମୋ ପୁରୁଣା କବିତାଗୁଡ଼ିକର ଏକ ସଂହିତାୟନ । ତହିଁରେ ଥିବା ଗୋଟିଏ କବିତାର ଶୀର୍ଷକ ‘ଦୁଃଖଭାର’ ।

କମ୍ମ୍ୟୁନିଷ୍ଟ ପାର୍ଟି ଦି ଭାଗ ହୋଇଗଲାବେଳେ କୈଫି ଆଜମିଙ୍କ ଶୋକଚ୍ଛ୍ଵାସ ଏପରି ଏକ କବିତାର ରୂପ ନେଇଥିଲା, ଯାହାର ଶବ୍ଦେ ଶବ୍ଦେ ଭରି ହୋଇଥିଲା  ଦୁଃଖଦଗ୍ଧ ଏକ ପ୍ରତିବଦ୍ଧ ସମ୍ୟବାଦୀର ବୁକୁଫଟା ଖେଦ । ଉର୍ଦ୍ଦୁରୁ ତାକୁ ମୁଁ ଓଡ଼ିଆ ପଦ୍ୟାନ୍ତର କରିଥିଲି ସମ୍ଭବତଃ ସେହି ସମାନ ଭାବୋଚ୍ଛ୍ଵାସରେ ।

ଆଜି ଯେତେବେଳେ ଦୁଇ କମ୍ମୁନିଷ୍ଟ ପାର୍ଟି ନିଜ ନିଜ ଭିତରର ବ୍ୟବଧାନ ହଟାଇବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ମୋର ଏହି ଅନୁଦିତ କବିତାଟିକୁ କମ୍ମ୍ୟୁନିଷ୍ଟ ଐକ୍ୟ କାମନାରେ ମୁଁ ଉତ୍ସର୍ଗ କରୁଛି ।

କବିତାଟି : ଦୁଃଖଭାର

ଏବଂ ତାହାର ଆବୃତ୍ତି :-

 

 

 

ଏଇ ଆରମ୍ଭ ଅବା !

ବଡ଼ମ୍ବାର ଭଟ୍ଟାରିକା ପୀଠ ସମ୍ମୁଖସ୍ଥ ମହାନଦୀ ପଠାରେ ୧୯୬୦ଦଶକର ଶେଷ ଆଡ଼କୁ କୌଣସି ଏକ ରାକା ରଜନୀରେ କିଛି ସମୟ ବିତାଇବାର ଅନନ୍ୟ ଅନୁଭୂତି ହିଁ ଏହି କବିତାର ଆତ୍ମା । ଏହା ଯେଉଁଠି ସ୍ଥାନିତ ହେବାକୁ ଯାଉଛି , ତାହା ମୋର ଆଗାମୀ ପୁସ୍ତକ : କେତେବେଳେ କେମିତି