I solemnly accept the epithet ‘Basha Samanta’

by Subhas Chandra Pattanayak

ଓଡ଼ିଶାର ଅନ୍ୟତମ ସର୍ବଜନପ୍ରିଯ କାଳଜୟୀ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମଭୁମିରେ , ତାଙ୍କ ପୁଣ୍ୟ ଜୟନ୍ତୀ ତିଥିରେ , ‘ଅଭିମନ୍ୟୁ ସାହିତ୍ୟ ପରିଷଦ’ ପକ୍ଷରୁ ମୋତେ ଗତ ମାଘ ସପ୍ତମୀ ତିଥି ଜାନୁଆରୀ ଚବିଶ ତାରିଖରେ ‘ଭାଷା ସାମନ୍ତ’ ସମ୍ମାନରେ ସମ୍ମାନିତ କରାଯାଇଥିବା ହେତୁ ମୁଁ ନିଜକୁ ଧନ୍ୟ ମନେକରୁଛି । ଯେଉଁ ମହାନୁଭବମାନେ ଏହି ପଦବୀ ପାଇଁ ମୋତେ ଯୋଗ୍ୟ ବିବେଚନା କରିଛନ୍ତି ସେମାନଙ୍କ ନିକଟରେ ମୁଁ ନତମସ୍ତକ ; କାରଣ, ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଆମେ ଚଳାଇଥିବା ଭାଷା ଆନ୍ଦୋଳନ ପ୍ରତି କଵିଭୂମିର ଶୁଭାଶୀଷ ହିଁ ଏହାର ମାନପତ୍ରଟିରେ ପ୍ରକଟିତ ହୋଇଛି, ଯହିଁରେ ଲେଖା ଅଛି :

“ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନମାଟିରୁ ଆପଣଙ୍କୁ ସାରସ୍ବତ ବଧେଇ ଜଣାଉଛୁ । ଓଡ଼ିଆ ଭାଷା ସାହିତ୍ୟ ଆଜି ଅବକ୍ଷୟମୁଖୀ । ଏହିପରି ବିପର୍ଯ୍ୟୟ ସମୟରେ ଆପଣ ଭାଷା ଜନନୀ ପଦରୁ ଶୃଙ୍ଖଳ ଖୋଲିବାର ଦାୟିତ୍ବ ଲିଭାଉଛନ୍ତି ।”

ଏହି ସ୍ବୀକୃତି ଭାଷା ଆନ୍ଦୋଳନ ଚଳାଇଥିବା ସାରା ଓଡ଼ିଶାର ଅନନ୍ୟ କଳାପତାକା ଅଭିଯାତ୍ରୀମାନଙ୍କ ନୀତିନିଷ୍ଠ ତପସ୍ୟା ପ୍ରତି ବିଦଗ୍ଧ ଭୂମିର ପବିତ୍ର ସ୍ବୀକୃତି । ସେହି ପବିତ୍ର ସ୍ଥଳୀକୁ ପ୍ରଣାମ ଜଣାଇ ବିନମ୍ରତାର ସହ ସମସ୍ତ ଭାଷାମୂକ୍ତିଯୋଦ୍ଧାମାନଙ୍କ ପକ୍ଷରୁ ମୁଁ ଏହି ସମ୍ମାନ ଗ୍ରହଣ କରୁଛି । ଏହି କଥା ମୁଁ ଏଠାରେ ସନ୍ନିହିତ ନିବନ୍ଧରେ ବି ଉଲ୍ଲେଖ କରିଛି ।

ଓଡ଼ିଆ ଭାଷା ଜନନୀର ଜୟ ହେଉ ।
PAGE-8 (Editorial).pmd

Advertisements